ଅଭିଯୁକ୍ତଙ୍କୁ କରୋନା, ଏବେ କ୍ୱାରେଣ୍ଟିନରେ ରହିବେ ଥାନା ବାବୁ

ପୁରୀ: କ୍ୱାରେଣ୍ଟିନରେ ଗଲେ ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀ। ପୁରୀ କୁମ୍ଭାରପଡ଼ା ଥାନା ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି। ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରହିବାକୁ  ଏସପି କହିଛନ୍ତି। ଜଣେ ଗିରଫ ଅଭିଯୁକ୍ତଙ୍କ ନମୁନା କରୋନା ପଜିଟିଭ ଆସିବା ପରେ ଥାନା IICଙ୍କ ସହ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୁମ୍ଭାରପଡ଼ା ଥାନା ପରିସରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି। ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଥାନାର ୩୦ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହେବ। କର୍ମଚାରୀ କ୍ୱାରେଣ୍ଟିନରେ ରହିବା ନେଇ ଏସପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ପୁରୀ ।

You might also like