ଓଲଟି ପଡ଼ିଲା ବସ୍‌; ୩୦ରୁ ଉର୍ଦ୍ଧ୍ୱ ଆହତ, ୪ ଗୁରୁତର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ବଲାଣିପାଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପରୁ-ରାଉରକେଲା ଯାଉଥିବା ଏକ ବସ୍‌ର ଚକା ଫାଟି ଯିବାରୁ ତାହା ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଫଳରେ ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ସେମାନଙ୍କୁ ରାଉରକେଲା ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି ।

ଅନ୍ୟ ଆହତମାନେ ରାଉରକେଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

You might also like