ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏମାନେ କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି।

ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ଛୋଟ ପିଲା। ସେମାନଙ୍କ ବୟସ ୧୪ ବର୍ଷରୁ କମ୍ ହେବ। ତେବେ ମହାମାରୀ ‘କରୋନା’ରେ ରାଜ୍ୟରେ ୨୦ ଜଣ ଛୋଟପିଲା ଆକ୍ରାନ୍ତ ହୋଇଥିଲେ। ଏବେ ସେମାନେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଗତକାଲି ସୂଚନା ଦେଇଥିଲେ କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ସେହିପରି ଆଜି ରାଜ୍ୟରେ ଆଉ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯାଜପୁରରୁ ୩୧ଜଣ, ଗଞ୍ଜାମରୁ ୧୩ଜଣ, କଟକରୁ ୬ଜଣ ଓ କେନ୍ଦ୍ରାପଡ଼ାରୁ ୪ଜଣ, ପୁରୀରୁ ୪ଜଣ, ଖୋର୍ଦ୍ଧାରୁ ୩ଜଣ, ମୟୂରଭଞ୍ଜରୁ ୨ଜଣ ଓ ନୟାଗଡରୁ ୨ଜଣ ଅଛନ୍ତି। ତେବେ ୬୫ଜଣଙ୍କ ମଧ୍ୟରୁ ୬୨ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଓ ୩ ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ।

ଏଯାବତ୍ ରାଜ୍ୟରେ ୭୩୭ ସଂକ୍ରମିତ ହେଲେଣି। ସୁସ୍ଥ ହେବା ପରେବି ଏବେ ବି ଆକ୍ଟିଭ କେଶ ରହିଛି ୫୩୮। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

You might also like