ଘରୋଇ ଇଂରାଜୀ, ଓଡ଼ିଆ ମିଡିୟମ ସ୍କୁଲ୍‌ ଫି’ ଛାଡ୍‌ ପାଇଁ ସହମତି; ଜାଣନ୍ତୁ କେତେ ପ୍ରତିଶତ ଛାଡ୍‌ ହୋଇପାରେ

ଭୁବନେଶ୍ୱର: ଘରୋଇ ଇଂରାଜୀ ଓ ଓଡ଼ିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ୩୦% ଛାଡ୍‌ ହୋଇପାରେ। କରୋନା ଯୋଗୁ ପ୍ରାୟ ୬ ମାସରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଥିବାବେଳେ ସ୍କୁଲ ଫି’କୁ ନେଇ ବିବାଦ ଲାଗି ରହିଥିଲା।

ତେବେ ଉଭୟ ପକ୍ଷଙ୍କୁ ନେଇ ବୈଠକରେ ପ୍ରାୟ ୩୦ ପ୍ରତିଶତ ସ୍କୁଲ ଫି’ ଛାଡ୍‌ ହୋଇପାରେ ବୋଲି ସମାଧାନ ହୋଇଥିବା ଜଣାପଡ଼ିଛି। ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ସର୍ବାଧିକ ୩୦% ସ୍କୁଲ ଫି’ ଛାଡ୍‌ କରିବାକୁ ସହମତି ହୋଇଛି।

ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ମଧ୍ୟସ୍ଥତାରେ ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଅଭିଭାବକ ସଂଘ ଛାତ୍ରଛାତ୍ରୀଙ୍କ ୫୦% ସ୍କୁଲ ଫି’ ଛାଡ୍‌ କରିବାକୁ ଦାବି କରୁଥିବାବେଳେ ଏହା ସମ୍ଭବ ନ ଥିବା କହିଥିଲା ଘରୋଇ ସ୍କୁଲ ସଂଘ। ଏହାପରେ ରାଜସ୍ଥାନ ସରକାର ଯେଉଁ ଢାଞ୍ଚାରେ ସ୍କୁଲ ଫି’ ଛାଡ୍‌ କରିଛନ୍ତି ସେହି ବ୍ୟବସ୍ଥାରେ ଓଡ଼ିଶାରେ ଫି’ ଛାଡ୍‌ କରିବାକୁ ସହମତି ହୋଇଛି।

ସ୍କୁଲ ଫି’ ଛାଡ୍‌ ପାଇଁ ଘରୋଇ ସ୍କୁଲ ଗୁଡିକୁ ୩ ଭାଗରେ ବିଭକ୍ତ କରାଯିବା ସହ ଆଦାୟ କରାଯାଉଥିବା ଅକ୍ସିଲାରି ଫି’କୁ ସମ୍ପୂର୍ଣ୍ଣ ଛାଡ୍‌ କରିବାକୁ ବି ପ୍ରସ୍ତାବ ଦିଆଯାଇଛି। 

ଆହୁରି ପଢ଼ନ୍ତୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

You might also like