ଆଜି ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ: ଏଥର ମାଲକାନଗିରିରୁ ସର୍ବାଧିକ

ଭୁବନେଶ୍ୱର: ଆଜି ବି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଡବଲ ସେଞ୍ଚୁରି ହୋଇଛି। ଆଜି ରାଜ୍ୟରେ ଆଜି ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୦୬ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୯୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟା ୧୪ ରହିଛନ୍ତି। ‌ଏ ନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ।

୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଚିହ୍ନଟ ହୋଇଥିବା ବେଳେ ଯାଜପୁର- ୨୮, କୋରାପୁଟ- ୧୮, ଜଗତସିଂହପୁରରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡ଼- ୧୫, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୭ ଲେଖାଏଁ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର- ୬, ଢେଙ୍କାନାଳ ଓ ସମ୍ବଲପୁରରୁ ୪ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମ ଓ ଝାରସୁଗୁଡ଼ାରୁ ୩ ଲେଖାଏଁ ଓ ସୁନ୍ଦରଗଡ଼ରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୟାଗଡ଼ ଓ ପୁରୀରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଉ ଜଣେ NDRF ଯବାନଙ୍କ ଠାରେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛି। ଯବାନ ଜଣଙ୍କ ପଶ୍ଚିମବଙ୍ଗକୁ ଅମ୍ପନ ପୁନରୁଦ୍ଧାର କାମରେ ଯାଇ ଫେରିଥିଲେ।

ଆଜି ବଲାଙ୍ଗିର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬ ପଜିଟିଭରୁ କେବଳ ସହରରୁ ୧୩, ହାତୀଶାଳପଡ଼ା ଓ ଲକ୍ଷ୍ମୀଜୋର କଣ୍ଟେନମେଣ୍ଟରୁ ୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୩ ଜଣଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ କନ୍ୟା ଥିବା ସୂଚନା ମିଳିଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ କେଶ୍ ୭୦୬୫ରେ ପହଞ୍ଚିଛି। ସେହିଭଳି ସୁସ୍ଥ ସଂଖ୍ୟା ୪୯୪୬ ରହିଛି। ଏହି ୭୦୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮୭ ଆକ୍ଟିଭ୍‌ କେଶ୍ ରହିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତାଲିକାରେ ଆକ୍ରାନ୍ତଙ୍କ ସଂଖ୍ୟା

 

ଜିଲ୍ଲାନୂଆ ଆକ୍ରାନ୍ତ
ଅନୁଗୁଳ
ବାଲେଶ୍ୱର
ଭଦ୍ରକ
ବଲାଙ୍ଗିର୧୬
ବୈଦ୍ଧ
କଟକ୧୭
ଦେଓଗଡ଼୧୫
ଢେଙ୍କାନାଳ
ଗଞ୍ଜାମ
ଜଗତସିଂହପୁର୧୭
ଯାଜପୁର୨୮
ଝାରସୁଗୁଡ଼ା
କେନ୍ଦ୍ରାପଡ଼ା
କେଉଁଝର
ଖୋର୍ଦ୍ଧା
କୋରାପୁଟ୧୮
ମାଲକାନଗିରି୩୬
ମୟୂରଭଞ୍ଜ
ନୟାଗଡ଼
ନୟାଗଡ଼ ୧
ପୁରୀ
ସମ୍ବଲପୁର
ସୁନ୍ଦରଗଡ଼

 

ଅନୁଗୁଳ ୬, ବାଲେଶ୍ୱର ୫, ଭଦ୍ରକ ୪, ବଲାଙ୍ଗିର ୧୬, ବୈଦ୍ଧ ୧, କଟକ ୧୭,  ଦେଓଗଡ଼ ୧୫,  ଢେଙ୍କାନାଳ ୪, ଗଞ୍ଜାମ ୩, ଜଗତସିଂହପୁର ୧୭, ଯାଜପୁର ୨୮, ଝାରସୁଗୁଡ଼ା ୩,  କେନ୍ଦ୍ରାପଡ଼ା ୪, କେଉଁଝର ୬,  ଖୋର୍ଦ୍ଧା ୭, କୋରାପୁଟ ୧୮, ମାଲକାନଗିରି ୩୬, ମୟୂରଭଞ୍ଜ ୭, ନୟାଗଡ଼ ୧, ପୁରୀ ୧, ସମ୍ବଲପୁର ୪ ସୁନ୍ଦରଗଡ଼ ୨

 

ଆହୁରି ପଢ଼ନ୍ତୁ

ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଆଜିଠୁ ଖୋଲିଲା ଭିତରକନିକା

ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

You might also like