ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ

ଗଞ୍ଜାମ  : ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଏନେଇ ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ।

ଅଭିଯୋଗ ଅନୁଯାୟୀ ଗତ ୧୫ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ପଡ଼ୋଶୀ ଘରକୁ ଯାଇଥିବା ମାଆକୁ ଡାକିବାକୁ ଯାଉଥିଲେ।ମାଆକୁ ଡାକିବାକୁ ଯିବା ବେଳେ ୩ ଜଣ ଦୁର୍ବୃତ୍ତ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଡାକ୍ତରୀ ମାଇନା ପାଇଁ ଭର୍ତ୍ତି କରାଯାଇଛି।

You might also like