• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାସୁଦେବପୁର: ବନ୍ଧୁକ ଦେଖାଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କୁ ଲୋକମାନେ କାବୁ କରି ବାନ୍ଧି ନିର୍ଧୂମ ମାଡ଼ ମାରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ପଢୁଆଁ ଗାଁରେ ଏହି ଘଟଣା ଘଟିଛି।

ଅଭିଯୋଗ ଅନୁସାରେ ଗାଁର ମଣିଆ ମଲିକ ନାମକ ଜଣେ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ବଳରାମଗଡିର ଡଙ୍ଗା ଚାଳକ ତପନ ମଲିକଙ୍କ ନିକଟରେ କାମ କରନ୍ତି। ଏଥିପାଇଁ ତପନ, ବଣିକୁ ଆଗୁଆ ୧ଲକ୍ଷ ୩୦ଟଙ୍କା ଦେଇଥିଲେ। ତେବେ କିଛି ଦିନ ତଳେ ବଣିଆ ଗାଁକୁ ଆସି ଆଉ କାମକୁ ଯାଇ ନ ଥିଲେ। ଫଳରେ ତପନ, ବଣିଆକୁ ଟଙ୍କା ମାଗିଥିଲେ। ତେବେ ସେ ଟଙ୍କା ନ ଦେବାରୁ ତପନ କିଛି ଲୋକଙ୍କୁ ଧରି ବଣିଆଙ୍କ ଗାଁ ପଢୁଆଁକୁ ଗତକାଲି ଆସିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ଗ୍ରାମବାସୀମାନେ ଘେରି ଯିବାରୁ ବଚସା ଗଣ୍ଡଗୋଳର ରୂପ ନେଇଥିଲା। ଏହି ସମୟରେ ଟଙ୍କା ମାଗିବାକୁ ଆସିଥିବା ଜଣେ ଯୁବକ ବନ୍ଧୁକ ମାଧ୍ୟମରେ ଗ୍ରାମବାସୀଙ୍କୁ ଭୟଭୀତ କରାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗ୍ରାମବାସୀମାନେ ୩ଜଣ ଯୁବକଙ୍କୁ କାବୁ କରିଥିବା ବେଳେ ୪ଜଣ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଧରା ପଡ଼ିଥିବା ଯୁବକଙ୍କ ହାତ ଗୋଡ଼ ବାନ୍ଧି ନିର୍ଧୂମ ଛେଚିଥିଲେ ଗାଁ ଲୋକେ।

ଖବରପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିଲା।

3-youth-beaten-up-for-threatening-villagers-at-gunpoint-in-bhadrak
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories