ଯାଜପୁରରେ ୩ ବର୍ଷର ପିଲା କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିନକରେ ଯାଜପୁରରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢ଼ାଇଛି। ଆଜି ସକାଳେ ଏହି ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ହୋଇଥିଲେ। ପରେ ଏହି ଜିଲ୍ଲାରେ ୧୪ ଜଣ ଚିହ୍ନଟ ହୋଇଥିଲେ। ୧୪ ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ ମହିଳା ଓ ୮ଜଣ ପୁରୁଷ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏହି ଆକ୍ରାନ୍ତ ମଧ୍ୟରେ ଜଣେ ୩ ବର୍ଷର ପୁଅ ଓ ୧୨ ବର୍ଷର ଝିଅ ରହିଛନ୍ତି।

ଆଜିର ଏହି ୧୪ ଜଣ ଏମାନେ ସମସ୍ତେ ଯାଜପୁର କଟିକଟା ଅଞ୍ଚଳର। ପୂର୍ବରୁ ସେହି ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ହୋଇଥିଲେ। ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋଜନା ଘୋଷଣା କରାଯାଇଥିଲା।

ଏବେ ଯାଜପୁରରେ ରାଜ୍ୟର ସବୁଠୁ ଅଧିକ ୩୫ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ସେହିପରି ଭୁବନେଶ୍ୱରରେ ଆଜି ସୁଦ୍ଧା ଦ୍ୱିତୀୟ ସର୍ବାଧିକ ୧୯ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୪୨ରେ ପହଞ୍ଚିଛି।

You might also like