ଗରମ ପାଣି ପଡ଼ି ୩ ବର୍ଷର ଶିଶୁ କନ୍ୟା ଗୁରୁତର

ସୋନପୁର: ଗରମ ପାଣି ପଡ଼ି ୩ ବର୍ଷର ଶିଶୁ କନ୍ୟା ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ କେଞ୍ଝିରିଆପାଲି ପଞ୍ଚାୟତର ଜଟିଆପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ଗୁରୁତର ଶିଶୁକନ୍ୟା ପଞ୍ଚାନନ ମହାକୁରଙ୍କ ଝିଅ ପ୍ରୀତିମୟୀ। ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା, ପ୍ରୀତିମୟୀଙ୍କୁ ଘରୁ ଡାକି ନେଇଥିଲେ। ହେଲେ କିଛି ସମୟ ପରେ ପ୍ରୀତିମୟୀଙ୍କ ଦେହରେ ଗରମ ପାଣି ପଡ଼ି ଯାଇଥିବା ନେଇ ଖବର ମିଳିଥିଲା। ଏହା ଜାଣିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ କେନ୍ଦ୍ରର ସହାୟିକା ପ୍ରୀତିମୟୀଙ୍କ ଉପରେ  ଗରମ ପାଣି ଢାଳି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ହେଲେ ଏ ନେଇ ସମ୍ପୃକ୍ତ ସହାୟିକାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like