ବାପା,ମା’ଙ୍କ ସାମ୍ନାରେ ଜୀଅନ୍ତା ଜଳିଗଲା ୩ ବର୍ଷର ଶିଶୁ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଧାନଖଳାରେ ନିଆଁ ଲାଗି ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଓକିଳପାଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଧାନଖଳାରେ ସପରିବାର ଶୋଇଥିବା ବେଳେ ହଠାତ୍‌ ନିଆଁ ଲାଗି ଯିବାରୁ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ଗୁରୁତର ଅବସ୍ଥାରେ ବାପା, ମା’ ଓ ୧୨ ବର୍ଷର ଝିଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଓକିଲ ପାଳ ଗାଁର ରମାକାନ୍ତ ସାମଲ ଓ ତାଙ୍କ ସ୍ତ୍ରୀ କୁନିଲତା ସାମଲ ନିଜ ଦୁଇ ଝିଅଙ୍କ ସମେତ  ସାତଭାୟା ଅଢ଼ା ସାଲ ନିକଟରେ ନିଜ ଜମିରେ ଧାନ ଜଗିବାକୁ ଯାଇ ସେଠାରେ ପଲା ମାରି ରହିଥିଲେ। ସେଠାରେ ଶୋଇଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଫଳରେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ରମାକାନ୍ତ, କୁନିଲତା ଓ ସେମାନଙ୍କର ୧୨ ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ଡିବିରୁ ନିଆଁ ଲାଗି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

You might also like