ମାଟି ଅତଡ଼ା ଖସି ୩ ମହିଳା ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ପୋଡ଼ାଗୁଡ଼ାରେ ଅଘଟଣ। ଚୂନ ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମୃତକମାନେ ହେଲେ ରାମୁଲାମା ମୁଷୁରୀ, ତାଙ୍କ ଝିଅ ଦେବୀ ମୁଷୁରୀ ଓ ମିତୁଲା କୋଟା। ଆହତଙ୍କ ନାଁ ଜଣାପଡ଼ିନାହିଁ। ହେଲେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଅନ୍ୟ ମେଡିକାଲକୁ ନେବା ଲାଗି ବ୍ୟବସ୍ଥା କରାଯାଇଛି। ସକାଳେ ରାଲେଗଡ଼ା ପଞ୍ଚାୟତ ମିରିୟାଲିପାଡୁ ଗାଁରୁ ୧୧ ଜଣ ମହିଳା ଘର ଲିପିବା ଲାଗି ଚୂନ ମାଟି ଆଣିବାକୁ ରେଙ୍ଗା ପଞ୍ଚାୟତର ପୋଡ଼ାଗୁଡ଼ା ଗାଁକୁ ଆସିଥିଲେ। ସୁଡ଼ଙ୍ଗ ଭିତରେ ପଶି ୪ ଜଣ ଚୂନ ମାଟି ଆଣୁଥିଲେ। ଏତିକିବେଳେ ବର୍ଷା ହେବାରୁ ମାଟି ଅତଡ଼ା ଧସିଥିଲା ଫଳରେ ୩ ଜଣ ମହିଳା ସଂପୂର୍ଣ୍ଣ ଚାପି ହୋଇ ପ୍ରାଣ ହରାଇଥିଲେ। ଅନ୍ୟ ଜଣକ ଉପରେ ଅଳ୍ପ ମାଟି ପଡ଼ିଥିଲା ତେଣୁ ତାଙ୍କୁ ଶୀଘ୍ର ଉଦ୍ଧାର କରି ବାହାରକୁ ଅଣାଯାଇଥିଲା।

You might also like