କାଲିଠୁ ସ୍କୁଲ ଯାଇ ନିଖୋଜ ୩ ଛାତ୍ର

ବାଲେଶ୍ୱର(ରଂଜିତ୍‌ ପାକଳ) : ୨୪ ଘଣ୍ଟା ବିତିଲା ହେଲେ ସ୍କୁଲ ଯାଇ ଫେରି ନାହାନ୍ତି ୩ ଜଣ ଛାତ୍ର। ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ କାଠ ସଂଗଡା ଗାଁର ଶିବ ନାରାୟଣ ଦାସ, ଚିନ୍ମୟ ଦାସ ଓ ଶୁଭଙ୍କର ଦାସ ଗତକାଲି ଶନିବାର ପାଇଁ ସକାଳେ ଘରୁ ବାହାରି ସ୍କୁଲ ଯାଇଥିଲେ। ହେଲେ ଅପରାହ୍ନ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବ୍ୟସ୍ତ ହୋଇ ଘର ଲୋକ ଖୋଜାଖୋଜି କରି ସ୍କୁଲ ଯାଇଥିଲେ।

କିନ୍ତୁ  ସେଠାରେ ବି ପିଲାଙ୍କୁ ପାଇନଥିଲେ। ପରେ ପରିବାର ଲୋକ ଓ ଗ୍ରାମବାସୀ ରେମୁଣା ତଥା ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ପରେ ନିରାଶ ହୋଇ ଥାନାରେ ଅଭିଯୋଗ କରିଥିଲେ।

ଆଜି ଏପର୍ଯ୍ୟନ୍ତ ତିନି ଜଣଯାକ ଛାତ୍ର ଘରକୁ ଫେରି ନାହାନ୍ତି। ସମସ୍ତେ ରେମୁଣା ଉଡ଼ମ୍ବର ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି।

ଆହୁରି ପଢ଼ନ୍ତୁ

You might also like