+୩ ତୃତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ; ଭିଡିଓ ଭାଇରାଲ୍‌

ବାଲେଶ୍ୱର  ( ରଶ୍ମି ରଂଜନ ଦାସ) : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ରସାଳପୁରସ୍ଥିତ ଯଦୁନାଥ କଲେଜର ଜଣେ ଯୁକ୍ତ ୩ର ୩ୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ। ଏହି କଲେଜର କିଛି ଛାତ୍ର କଲେଜ ପରିସରରେ ସମ୍ପୃକ୍ତ ୩ୟ ବର୍ଷର ଛାତ୍ରଙ୍କୁ ଏକ ପୋଖରୀରେ ବୁଡ଼ାଇବା ପାଇଁ ଉଦ୍ୟମ କରିଛନ୍ତି। ଯାହାର ଭିଡ଼ିଓ ଭାଇରାଲ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି କଲେଜର ଗୋଟିଏ ଗୋଷ୍ଠୀର ଛାତ୍ରଙ୍କୁ ଅନ୍ୟ ଏକ ଗୋଷ୍ଠୀର କିଛି ଛାତ୍ର ନିର୍ଯାତନା ଦେଇଥିବା ସୂଚନା ମିଳିଛି। ଏନେଇ ରାଗିଂର ଶିକାର ଛାତ୍ର ଓ ତାଙ୍କ ସମର୍ଥକ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରିଛନ୍ତି। ଜିଲ୍ଲାପାଳ ଏନେଇ ତଦନ୍ତ କରିବେ ଏବଂ ଦରକାର ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସେପଟେ କଲେଜ ଅଧକ୍ଷ ଘଟଣାକୁ ସ୍ୱୀକାର କରିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

You might also like