ରାଜ୍ୟରେ ବନ୍ଦ ହେଲା ୩ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ରାଜ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ବନ୍ଦ ହେବ। ପୃଷ୍ଠପୋଷକତା ଅଭାବରୁ ରାଜ୍ୟ ଭିତରେ ଚଳାଚଳ କରୁଥିବା ତିନିଟି ସ୍ୱତନ୍ତ୍ର ଟ୍ରେନକୁ ବନ୍ଦ କରାଗଲା। ଏଭଳି ପଦକ୍ଷେପ ନେଇଛି ପୂର୍ବତଟ ରେଳବାଇ।

ପ୍ରକାଶଥାଉକି ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍‌ଡାଉନ ସମୟରେ ଅଟକି ରହିଯାଇଥିବା ଅସହାୟ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ରେଲୱେ ପକ୍ଷରୁ ଜୁନ ୮ ତାରିଖରୁ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା। ପରେ ଏହି ରେଳସେବାକୁ ଜୁଲାଇ ମାସ ୧ ତାରିଖରୁ ୩୧ ତାରିଖକୁ ବୃଦ୍ଧି କରାଯାଇଥିଲା।

କିନ୍ତୁ କରୋନା ସଂକ୍ରମଣ ବଢ଼ିବା ଯୋଗୁଁ ଟ୍ରେନ୍‌ରେ ଅତି କମ୍ ସଂଖ୍ୟକ ଯାତ୍ରୀ ଚଳାଚଳ କରିଥିଲେ। ଏ ନେଇ ତିନୋଟି ରୁଟ୍‌ରେ ଯାଉଥିବା ଟ୍ରେନ୍‌କୁ ବାତିଲ କରାଯିବ। ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ୱଲପୁର-ଖୋର୍ଦ୍ଧା ରୋଡ-ସମ୍ୱଲପୁର ସ୍ୱତନ୍ତ୍ର ରେଳସେବାକୁ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଜାଣନ୍ତୁ କେଉଁ ଟ୍ରେନ୍ ହେବ ବାତିଲ:-

କ. ୦୮୩୦୩ ୦୮୩୦୪– ସମ୍ୱଲପୁର-ଖୋର୍ଦ୍ଧା ରୋଡ-ସମ୍ୱଲପୁର (ସପ୍ତାହକୁ ୩ଥର ) ସ୍ୱତନ୍ତ୍ର ଟ୍ରେନ ଉଭୟ ଦିଗରୁ ୧୦ଜୁଲାଇ ୨୦୨୦ଠାରୁ ବାତିଲ୍ ହେବ।

ଖ. ୦୮୪୯୨ ୦୮୪୯୧– ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର (ସପ୍ତାହକୁ ୩ଥର ) ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୩ ଜୁଲାଇ ଏବଂ ଭଦ୍ରକରୁ ୧୪ ଜୁଲାଇ, ୨୦୨୦ଠାରୁ ବାତିଲ ହେବ।

ଗ. ୦୮୪୩୭ ୦୮୪୩୮- ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର(ସପ୍ତାହକୁ ୩ଥର ) ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୩ ଜୁଲାଇ ଏବଂ ବ୍ରହ୍ମପୁରରୁ ୧୪ ଜୁଲାଇ, ୨୦୨୦ ଠାରୁ ବାତିଲ ହେବ।

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

You might also like