ବାହାର ରାଜ୍ୟରୁ ଭୁବନେଶ୍ୱରକୁ ଫେରିଲେ କଣ ରହିବ ବିଏମ୍‌ସିର ପଦକ୍ଷେପ?

ଭୁବନେଶ୍ୱର: ରାଜ୍ୟ ବାହାରୁ ଭୁବନେଶ୍ୱର ଫେରୁଥିବା ବ୍ୟକ୍ତିଙ୍କ ପାଇଁ ଵିଏମ୍‌ସି ପକ୍ଷରୁ ହୋଇଛି ୩ଟି ସ୍କ୍ରିନିଂ ସେଣ୍ଟର। ସହରର ତିନିଟି ପ୍ରବେଶ ପଥରେ ଏହି ସ୍କ୍ରିନିଂ ସେଣ୍ଟର କରାଯାଇଛି। ବାହାର ରାଜ୍ୟରୁ ସହର ଭିତରକୁ ଆସୁଥିବା ବ୍ୟକ୍ତି ଏଠାରେ ପହଞ୍ଚିବା ପରେ ସେମାନେ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯିବ। ଏହାପରେ ସେମାନେ ପଞ୍ଜୀକରଣ କରିବେ।

ଏହାପରେ ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବ। ଏହାପରେ ହୋମ କ୍ୱାରେଣ୍ଟିନ୍ କିମ୍ବା ସରକାରୀ କ୍ୱାରେଣ୍ଟିନ କିମ୍ବା ପେଡ୍ କ୍ୱାରେଣ୍ଟିନରେ ରହିବେ ସେ ନେଇ ବ୍ୟବସ୍ଥା କରାଯିବ।

ସହରର ପ୍ରବେଶ ପଥରେ ଥିବା ଏହି ସ୍କ୍ରିନିଂ ସେଣ୍ଟରଗୁଡ଼ିକ ହେଲା ରସୁଲଗଡ଼ କୋଚିଲେଇ ହାଟ ନିକଟରେ ଥିବା ଆଶ୍ରମ ସ୍କୁଲ, ଖଣ୍ଡଗିରିର ତପୋବନ ସ୍କୁଲ ଓ ଉତ୍ତର ଛକରେ ଥିବା କୃପାଜଳ ଇଂଜିନିୟରିଂ କଲେଜ।

କ୍ୱାରେଣ୍ଟିନରେ ଥିବା ବ୍ୟକ୍ତିଙ୍କ ଘରେ ଷ୍ଟିକର ଲାଗିବ। ଏହାସହ କ୍ୱାରେଣ୍ଟିନ ସମୟରେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ବାବଦରେ ଅପଡେଟ ନିଆଯିବ। ଯଦି ଏହି ସମୟରେ କୌଣସି ଲକ୍ଷଣ ଦେଖାଦିଏ ତେବେ ସଂପୃକ୍ତ ବ୍ୟକ୍ତି ତାଙ୍କ ଅପଡେଟ୍ ନେଉଥିବା ଟିମ୍‌କୁ ଜଣାଇବେ।

ତେବେ ରାଜ୍ୟର ଅନ୍ୟ ଜିଲ୍ଲାରୁ ଆସୁଥିବା ଲୋକେ ଭୁବନେଶ୍ୱରରେ ରହିବାରେ କୌଣସି ଅସୁବିଧା ନାହିଁ। ତେବେ ସେମାନେ କେବଳ ସରକାରଙ୍କ ସାମାଜିକ ଦୂରତ୍ୱ ସହ ଅନ୍ୟ ଗାଇଡ୍ ଲାଇନ୍ ମାନିବାକୁ ପଡ଼ିବ।

You might also like