ଓଡ଼ିଶାରେ ବଢ଼ିଲା କରୋନା ରୋଗୀଙ୍କ ସଂଖ୍ୟା- ବମିଖାଲ୍‌ ପୁଣି ୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ପୁଣି ଭୁବନେଶ୍ୱର ବମିଖାଲ୍‌ରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ତିନି ଜଣ ଭାଇ ବୋଲି ଖବର ଶୁଣିବାକୁ ମିଳୁଛି।

ଏହି ୩ ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ହୋଇଛି। ଆଜି ଦିନକରେ ମୋଟ ୪ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ପୂର୍ବରୁ କଟକର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

କଟକରେ କରୋନା ସଂକ୍ରମିତ ଜଣକ ଦିଲ୍ଲୀରୁ ଫେରିଥିବା ସୂଚନା ମିଳିଛି। ତେବେ ସେ ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ଧର୍ମିକ ସଭାରେ ଯୋଗେ  ଦେଇ ଫେରିଥିଲେ।

You might also like