• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନ ପ୍ରସଙ୍ଗରେ ଓଡ଼ିଶା ଲିଙ୍କ୍ ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସଭା ବା ତବ୍ଲିଗି ଜମାତରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ଜଣଙ୍କ କରୋନାରେ ମୃତ୍ୟୁ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି।

ତେବେ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଓଡ଼ିଶାରୁ କେତେ ଜଣ ଯୋଗ ଦେଇଥିଲେ, ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ସରକାରଙ୍କ କୋଭିଡ୍୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସ୍ପଷ୍ଟୀକରଣ ରଖିଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟର ୩ ନିଜାମୁଦ୍ଦିନ ଫେରନ୍ତାଙ୍କ ବିଷୟରେ ସରକାର ଅବଗତ ହୋଇଛନ୍ତି। ସେହି ୩ ଜଣଙ୍କୁ ହସ୍ପିଟାଲ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ପରିବାର ଲୋକଙ୍କୁ ପର୍ଯ୍ୟବେ‍ଣରେ ରଖାଯାଇଛି। ଅନ୍ୟମାନଙ୍କ ସନ୍ଧାନ ନେବାକୁ ସରକାରଙ୍କ ଉଦ୍ୟମ ଜାରି ରହିଛି।

ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସଭା ବା ତବ୍ଲିଗି ଜମାତରେ ରାଜ୍ୟ ସମେତ ବିଭିନ୍ନ ଦେଶରୁ ପ୍ରାୟ ୩ହଜାର ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

3-people-stay-in-quarantine-who-were-returned-from-nizamuddin
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories