୩ ବ୍ରିଟେନ ଫେରନ୍ତା କରୋନାରେ ଆକ୍ରାନ୍ତ: ‘ବିଚଳିତ ହୁଅନି, ମୁକାବିଲା କର’

ଭୁବନେଶ୍ୱର: ବ୍ରିଟେନ୍ ଫେରନ୍ତାଙ୍କୁ ତଥ୍ୟ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ନିବେଦନ। ପତ୍ତା ମିଳୁ ନ ଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜ ନିଜର ତଥ୍ୟ ଦେବାକୁ ନିବେଦନ କରିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ରଖିବାକୁ ସେ ଅନୁରୋଧ କରିଛନ୍ତି। ବ୍ରିଟେନରୁ ଫେରିବା ପରେ ଦେଇଥିବା ମୋବାଇଲ ନମ୍ବର ଅନେକକଙ୍କର ଭୁଲ ରହିଛି। ୧୮ଟି ଜିଲ୍ଲାର ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱରର ଅଟନ୍ତି। BMC ପକ୍ଷରୁ ସେମାନଙ୍କୁ ଠାବ କରିବାକୁ ପ୍ରୟାସ ଜାରି ରହିଛି। ତେବେ ନୂଆ ଷ୍ଟ୍ରେନ୍‌କୁ ନେଇ ଭୟ କରିବାର କୌଣସି କାରଣ ନାହିଁ। ବ୍ରିଟେନ୍‌ରେ ଦେଖାଦେଇଥିବା ନୂଆ କରୋନା ଆକ୍ରାନ୍ତ କେସ୍ ଦ୍ୱାରା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନି। ତେଣୁ ଏଥିରେ ବିଚଳିତ ନହୋଇ ଏହାର ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପରୀକ୍ଷା ପାଇଁ ସେମାନଙ୍କ ନମୁନା ପୁଣେ ପଠାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ପ୍ରଥମ ପର୍ଯ୍ୟାୟରେ ୨୮ ବ୍ରିଟେନ୍ ଫେରନ୍ତାଙ୍କ ତାଲିକା ଆସିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା କହିଛନ୍ତି ବିଏମ୍‌ସି କମିଶନର। ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତଙ୍କ କି ନାହିଁ ରିପୋର୍ଟ ଆସିଲା ପରେ ଜଣାପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟରେ ୬୦ରୁ ୭୦ ଫେରନ୍ତାଙ୍କ ତାଲିକା ଆସିଛି। ସେମାନଙ୍କ ଫୋନ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ୩ଟି ଜୋନ ପାଇଁ ୬ଟି ଟିମ ଗଠନ କରାଯାଇ ଯାଞ୍ଚ ଆରମ୍ଭ ହୋଇଥିବା ବିଏମ୍‌ କମିଶନର କହିଛନ୍ତି।

ସେହିପରି ବ୍ରିଟେନରୁ  ଫେରିଥିବା ୬ ଜଣ ବ୍ୟକ୍ତିଙ୍କ ପାଖରେ ନୂଆ କରୋନା ଷ୍ଟ୍ରେନ୍ ମିଳିଥିବା ଖବର ମିଳିଛି। ୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।

ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପାଖରେ କରୋନାର ସମସ୍ତ ଲକ୍ଷ୍ୟଣ ରହିଛି। ତେଣୁ ଏଦିଗ ଉପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛି। ନୂଆ ଆକ୍ରାନ୍ତଙ୍କ ପରିବାରଲୋକଙ୍କ ବି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବା ସହ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ନମୁନା ବେଙ୍ଗଲୁରୁର NIMHANS ଲ୍ୟାବ୍, ଦୁଇ ଜଣଙ୍କ ହାଇଦ୍ରାବାଦ୍ର CCMB ଏବଂ ଜଣଙ୍କ ନମୁନା ପୁଣେ NIV ଲ୍ୟାବ୍ରେ ପରୀକ୍ଷା କରାଯାଇଥିଲା । ଗତ ମାସକ ମଧ୍ୟରେ ୩୩ ହଜାର ଲୋକ ବ୍ରିଟେନରୁ ଫେରିଥିଲେ। ବ୍ରିଟେନର ଏହି ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ପ୍ରଭାବଶାଳୀ।

ଆହୁରି ପଢନ୍ତୁ :

କରୋନା ନୂଆ ଷ୍ଟ୍ରେନର ଭୟାବହତାକୁ ନେଇ ଏମିତି କହିଲେ ଏମ୍‌ସ ନିର୍ଦ୍ଦେଶକ

ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ଗତ ୧୪ ଦିନ ଭିତରେ ବ୍ରିଟେନ୍‌ରୁ ସିଧାସଳଖ କିମ୍ବା ବ୍ରିଟେନ ଦେଇ ଫେରିଥିବା ଯାତ୍ରୀଙ୍କୁ ଡିକ୍ଲାରେସନ୍ ଫର୍ମ ପୂରଣ କରିବାକୁ ପଡିବ। ଫେରିଥିବା ଯାତ୍ରୀ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ। ଏହି ସମୟରେ ରାପିଡ ରେସପନ୍ସ ଟିମ୍ ତାଙ୍କର ନିୟମିତ ଯାଞ୍ଚ କରିବେ। କ୍ୱାରେଣ୍ଟିନ ସମୟରେ ଲକ୍ଷଣ ପ୍ରକାଶ ପାଇଲେ ଆରଟିପିସିଆର ଟେଷ୍ଟ କରାଯିବ ଏବଂ ପଜିଟିଭ୍ ଚିହ୍ନଟ ହେଲେ ସରକାରୀ ସଙ୍ଗରୋଧରେ ରଖାଯିବା ସହ ଚିକିତ୍ସା କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ୧୪ ଦିନ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ପଡିବ।

ଇତିମଧ୍ୟରେ ବ୍ରିଟେନରୁ ମିଳିଥିବା ନୂଆ କରୋନା ଷ୍ଟ୍ରେନ ନେଇ କେନ୍ଦ୍ର ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଥିଲେ ଯେ ବ୍ରିଟେନରୁ ଯେଉଁ ନୂଆ ଷ୍ଟ୍ରେନ୍ ମିଳିଛି ତାହା କେବଳ ସଂକ୍ରମଣ ବଢ଼ାଉଛି। ସଂକ୍ରମଣ କରାଇଲେ ବି ରୋଗୀକୁ ବିଶେଷ ଭାବେ ଗୁରୁତର କରୁନାହିଁ। ଏହା କମ୍ ଘାତକ, ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା କମ୍‌। ବ୍ରିଟେନରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ ଏଯାବତ ଭାରତରେ ମିଳିନାହିଁ ବୋଲି ସେ କହିଥିଲେ

 

You might also like