ନିଆଁରେ ପୋଡ଼ି ହୋଇ ତିନି OSAP ଯବାନ ଗୁରୁତର

ଭଦ୍ରକ: ଡ୍ୟୁଟିରେ ଥିବାବେଳେ OSAPର ୩ଜଣ ଯବାନ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।

ପୁରୁଣା ବଜାର ଥାନାରେ ଡ୍ୟୁଟିରେ ଥିବାବେଳେ ଏହି ୩ ଯବାନ ପୋଡ଼ି ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

ମଶା ଧୂପରୁ ନିଆଁ ଲାଗି ଯବାନମାନେ ପୋଡ଼ି ହୋଇ ଯାଇଥିବା ସୂଚନା ମିଳିଛି। ଗୁରୁତର ୩ OSAP ଯବାନ ବାରିପଦା ୫ମ ବାଟାଲିଅନ୍‌ର ବୋଲି ଜଣାପଡ଼ିଛି।

You might also like