• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଆଦି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଠାରେ କଣ୍ଟେନମେଣ୍ଟ ଜୋନ ବଢାଇ ଦିଆଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ତେବେ  କୋଭିଡ୍ ପରିଚାଳନା ବ୍ୟବସ୍ଥା କିପରି ଚାଲିଛି ଏହା ପରଖିବାକୁ ସଚିବମାନଙ୍କୁ ନିୟୋଜିତ କରିଛନ୍ତି ସରକାର।

ଏହି ୩ ଜିଲ୍ଲାର ଦାୟିତ୍ୱ ରାଜ୍ୟର ୩ ଜଣ ବରିଷ୍ଠ ସଚିବଙ୍କୁ ଦିଆଯାଇଛି । ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ଅଧିକ ପଜିଟିଭ ବାହାରିବାରୁ ଏହି ପଦକ୍ଷେପ ନିଆଯାଇଛି । ଅବକାରୀ ପ୍ରମୁଖ ସଚିବ ଏସ୍. କେ. ଲୋହାନିଙ୍କୁ ଭଦ୍ରକ, କୃଷି ବିଭାଗ ପ୍ରମୁଖ ସଚିବ ଏସ୍. କେ. ବଶିଷ୍ଠଙ୍କୁ ବାଲେଶ୍ୱର ଓ ରାଜ୍ୟପାଳଙ୍କ ସଚିବ ପି.କେ ମେହେର୍ଦ୍ଦାଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏହି ୩ଜଣ ସଚିବ ୩ଟି ଜିଲ୍ଲା ଗସ୍ତ କରି କୋଭିଡ୍ ମୁକାବିଲାର ତଦାରଖ କରିବେ । ସଂପୃକ୍ତ ଜିଲ୍ଲା ପ୍ରଶାସନକୁ କୋଭିଡ଼୍ ପରିଚାଳନାରେ ସହାୟତା କରିବେ॥

ସସୂଚନାଥାଉ କି,   ଭଦ୍ରକ ଜିଲ୍ଲାରୁ ଏବେ ସୁଦ୍ଧା ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବାସୁଦେବପୁରରୁ ୬, ଭଦ୍ରକରୁ ୩ ଏବଂ ଭଣ୍ଡାରୀପୋଖରୀରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରୁ ଭଦ୍ରକର ଦୁଇ ଜଣ ସୁସ୍ଥ ହୋଇଛନ୍ତି ।  ଗତ ତିନି ଦିନ ମଧ୍ୟରେ ଏହି ସବୁ ଅଞ୍ଚଳରୁ ପ୍ରାୟ ୩ ଶହରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ହେଲେ ସବୁଠୁ ବଡ଼ କଥା ହେଉଛି ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। କୋଲକାତାରୁ ବିଭିନ୍ନ ଟ୍ରକ୍ ଓ ଗାଡ଼ିରେ ଏମାନେ ଭଦ୍ରକକୁ ଫେରିଥିଲେ। ଏହାପରେ ଏମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତକାଲି ଚିହ୍ନଟ ୩ ନୂଆ ଆକ୍ରାନ୍ତ ମଧ୍ୟ କୋଲକାତା ଫେରନ୍ତା।

ସେହିପରି ବାଲେଶ୍ୱରରୁ ୮ ଜଣ କରୋନାରେ ଚିହ୍ନଟ ହୋଇଛନ୍ତି । ଏହାପରେ ସହରର ନିଳିଆବାଗ୍, ନୀଳଗିରିର ବରହମ୍ପୁର ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା ହୋଇଛି।

ଯାଜପୁରରେ ମୋଟ୍ ୮ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ।ଏହି ୩ ଜିଲ୍ଲାର ଅଧିକାଂଶ ଆକ୍ରାନ୍ତ କୋଲକାତାରୁ ଫେରିଛନ୍ତି। ତେଣୁ ଏବେ ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛନ୍ତି ଏହି ପଶ୍ଚିମବଙ୍ଗ ଫେରନ୍ତା ।

3-officers-deployed-in-3-dist
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories