ନିଟ୍‌ର ୩ ଛାତ୍ର କରୋନା ପଜିଟିଭ

ରାଉରକେଲା: ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଏହି ସଂକ୍ରମିତ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ଭାବେ ଆଇସୋଲେସନ୍‌ରେ ରଖା ଯାଇଛି।

NIT କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆହୁରି ନ ବ୍ୟାପିବ ସେ ନେଇ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୩ ଦିନ ହେଲା କୋରନା ପଜିଟିଭଙ୍କ ସଂଖ୍ୟା ୨୦ ଉପରେ ରହିଥିବାବେଳେ ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୭ କୋରନା ପଜିଟିଭ ବାହାରିଛନ୍ତି I ରାଉରକେଲା ରେଳ ଷ୍ଟେସନ୍‌ରେ ମଧ୍ୟ ରେଳ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି l ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଯାଞ୍ଚ କରୁଥିବାବେଳେ କଣ୍ଟା ଟ୍ରେସିଂ ମଧ୍ୟ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି।

ସୂଚନାଥାଉ କି, ଶିକ୍ଷାନୁଷ୍ଠାନମାନଙ୍କରେ ଏବେ କରୋନା ସଂକ୍ରମଣ ଅଧିକ ରହୁଛି। ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରୁ ଜଣେ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମେ କଟକ, ପରେ ଭୁବନେଶ୍ୱରର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଟୁଇନ୍ ସିଟିର ସବୁ କ୍ୟାଂପସରେ ଏବେ ଭୟର ବାତାବରଣ ଦେଖା ଦେଇଛି।

ସୂଚନାଥାଉ କି,  ଆଜି କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ୨୧୪ ଛୁଇଁଛି। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି ରାଜ୍ୟରୁ ଡବଲ ମ୍ୟୁଟାଣ୍ଟ ଚିହ୍ନଟ।

 ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଥିବା ବେଳେ ରାଜ୍ୟରେ ଜଣେ ଡବଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ୨୨୦ ସାମ୍ପଲରୁ ଗୋଟିଏ ଡବଲ ମ୍ୟୁଟାଣ୍ଟ ମିଳିଛି। ତେବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି, ଆଉ କାହାକୁ ସଂକ୍ରମିତ କରିନାହାନ୍ତି ।
ଏହାବ୍ୟତରତ ଏକ ନୂଆ ମ୍ୟୁଟାଣ୍ଟ ମିଳିଛି, ଯାହାକୁ N440K କୁହାଯାଉଛି । ଏହି ନୂଆ ମ୍ୟୁଟାଣ୍ଟ ଓଡ଼ିଶାରୁ ୩ଟି ଚିହ୍ନଟ କରାଯାଇଛି। ଏହି ନୂଆ N440K ମ୍ୟୁଟାଣ୍ଟ ଛତିଶଗଡ଼ରୁ ବି ୩ ଜଣ ଚିହ୍ନଟ ହୋଇଛନ୍ତି।  
You might also like