ଏନକାଉଣ୍ଟର; ୩ ନକ୍ସଲଙ୍କ ମୁଣ୍ଡ ଗଡ଼ିଲା

ମାଲକାନଗିରି: ଛତିଶଗଡ଼ରେ ଯବାନଙ୍କୁ ମିଳିଛି ଏକ ବଡ ସଫଳତା। ଯବାନଙ୍କ ଏନକାଉଣ୍ଟରରେ ୩ଜଣ ନକ୍ସଲ ନିହତ ହୋଇଛନ୍ତି। କାଙ୍କେର ଜିଲ୍ଲା ରାଓଘାଟ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । ମୃତ ୩ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନ ମିଳିଛି।

ନକ୍ସଲଙ୍କ ଗୁଳି ମାଡ଼ରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ବସ୍ତର ଜିଲ୍ଲା ପୋଲିସ ଆଇଜି ପି. ସୁନ୍ଦରରାଜ ଏହି ସୂଚନା ଦେଇଛନ୍ତି ।

You might also like