ବାଲେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ। ସମସ୍ତ ୩ ଜଣ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ୩ ପଜିଟିଭ୍ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଁଛି। ଏହି ନୂଆ ୩ ପଜିଟିଭ୍କୁ ମିଶାଇ ବାଲେଶ୍ୱରରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।
ରାଜ୍ୟରେ ମୋଟ ୩୯ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୨୭ ଜଣ ସୁସ୍ଥ ହୋଇଛନ୍ତି।
ସେପଟେ ରାଜ୍ୟରେ ଗତ ୪ ସପ୍ତାହରେ କରୋନା ଟେଷ୍ଟିଂ ବଢ଼ିଛି । ଦ୍ରୁତ ଗତିରେ ଟେଷ୍ଟ ବଢ଼ିବା ଯୋଗୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ସୂଚନା ଦେଇଛନ୍ତି NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।
ମାସକ ପୂର୍ବେ ସପ୍ତାହକୁ ୧୫ ଶହ ସାମ୍ପଲ ଟେଷ୍ଟ କରାଯାଉଥିଲା। ତେବେ ପ୍ରତି ସପ୍ତାହରେ ଏବେ ୧୫ ହଜାର ଟେଷ୍ଟ କରାଯାଉଛି। ରାଜ୍ୟରେ ୮ଟି ଲ୍ୟାବ୍ରେ କରୋନା ଟେଷ୍ଟ ହେଉଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ସେହି ଅନୁପାତରେ ଚିହ୍ନଟ ହେଉଛନ୍ତି। ଏବେ ଓଡ଼ିଶାରେ ପଜିଟିଭ ହାର ୦.୪ ପ୍ରତିଶତ ରହିଛି।