ପ୍ରବାସୀ ଶ୍ରମିକଙ୍କ ପାଇଁ ଆଜିଠୁ ଗଡ଼ିବ ଆଉ ୩ ସ୍ପେଶାଲ୍‌ ଟ୍ରେନ୍‌

ଭୁବନେଶ୍ୱର: ପୂର୍ବରୁ ଚାଲୁଥିବା ଶ୍ରମିକ ସ୍ପେଶାଲ୍‌‌ ଟ୍ରେନ୍‌ ଓ ଅନ୍ୟ ସ୍ପେଶାଲ୍‌ ଟ୍ରେନ୍‌ ସହିତ ଆଜିଠୁ ଆଉ ୩ ଯୋଡ଼ା ସ୍ପେଶାଲ୍‌‌ ଟ୍ରେନ୍‌ ଗଡ଼ିବ। ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକଙ୍କ ସୁବିଧା ଲାଗି ଆଜିଠୁ ଓଡ଼ିଶାରୁ ଏହି ୩ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ।  ଏହି ଟ୍ରେନ୍‌ ଗୁଡ଼ିକ ବ୍ରହ୍ମପୁର ଷ୍ଟେସନରେ ମଧ୍ୟ ଅଟକିବ। ଏଥିପାଇଁ ଗତକାଲି ଷ୍ଟେସନରେ ସଫେଇ ସହ ସାନିଟାଇଜ୍ କରାଯାଇଛି।

ଇଷ୍ଟ କୋଷ୍ଟ ରେଲ୍‌ୱେର ସୂଚନା ଅନୁସାରେ, ପୁରୀ-ଅହମ୍ମଦାବାଦ ଟ୍ରେନ୍‌ ସପ୍ତାହକୁ ୪ ଦିନ ଚାଲିବ। ପୁରୀ-ଗାନ୍ଧିଧାମ ଓ ପୁରୀ-ଓଖା ସ୍ପେଶାଲ୍‌ ଟ୍ରେନ୍ ସପ୍ତାହକୁ ଥରେ ଚାଲିବ। ଖୋର୍ଦ୍ଧା ରୋଡରୁ ପ୍ରତି ମଙ୍ଗଳବାର, ଗୁରୁୁବାର, ଶୁକ୍ରବାର ଓ ଶନିବାର ସନ୍ଧ୍ୟା ୬ଟା ୪୦ରେ ଟ୍ରେନ୍ ଛାଡି ଅହମ୍ମଦାବାଦ ଅଭିମୁଖେ ଯିବ।

ଏହି ୩ ସ୍ପେଶାଲ୍‌ ଟ୍ରେନ୍‌କୁ ଛାଡ଼ି ଆଉ କିଛି ଟ୍ରେନ୍ ମଧ୍ୟ ଚାଲିବ। ସେଗୁଡ଼ିକ ହେଲା ଭୁବନେଶ୍ୱର-ଦୁର୍ଗ ସ୍ୱତନ୍ତ୍ର ଟ୍ରେନ୍(ଏହା ଭୁବନେଶ୍ୱରରୁ ସନ୍ଧ୍ୟା ୭ଟା ୫୫ମିନିଟରେ ଛାଡ଼ିବ), ରାୟଗଡା ମାର୍ଗ ଦେଇ ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍ ଆଜି ସନ୍ଧ୍ୟା ୮ଟା ୦୫ରେ ବିଶାଖାପାଟଣାରୁ ଛାଡ଼ିବ। ଏଭଳି ପର୍ଯ୍ୟାୟ କ୍ରମେ ପୂର୍ବତଟ ରେଳପଥରୁ ସମୁଦାୟ ୮ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

You might also like