ଘାତକ ହେଉଛି ସର୍ପାଘାତ: ପୁଣି ଗଲା ଆଉ ୩ ଜୀବନ

ବାଲିଗୁଡ଼ା/ସୋର: ସାପ କାମୁଡ଼ାରେ ଗଲା ପୁଣି ଆଉ ୩ଜଣଙ୍କ ଜୀବନ। କନ୍ଧମାଳ ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋରରେ ଜଣଙ୍କର ମୃତ୍ୟୁ ଘଟିଛି।

କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଟେପରା ଗାଁରେ ସାପ କାମୁଡ଼ାରେ ମା’, ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରାଜଲକ୍ଷ୍ମୀ ମଲିକ ଓ ତାଙ୍କ ପୁଅ ଆଦିତ୍ୟ ପ୍ରଧାନ।

ସୂଚନା ଅନୁସାରେ, ଗତ ରାତିରେ ସେମାନେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲା।

ସେପଟେ ସାପ କାମୁଡ଼ାରେ ବାଲେଶ୍ୱର ଜିଲ୍ଲାରେ ଜଣେ ଯୁବକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସୋର ବ୍ଲକ୍‌ ଅନ୍ତର୍ଗତ ଗଜାମ୍ବ ଗାଁର ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀ ରୁପେଇ ମାରାଣ୍ଡିଙ୍କ ପୁଅ ମାଧବାନନ୍ଦ ମାରଣ୍ଡିଙ୍କ ସର୍ପାଘାତରେ ମୃତ୍ୟୁ ହୋଇଛି। ଗତ ରାତିରେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ରୁପେଇଙ୍କୁ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଥାଉ କି, ଗତକାଲି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ସାପ କାମୁଡ଼ିରେ ୬ ଜଣକଙ୍କ ମୃତ୍ୟୁ ହୋଇଛି।

You might also like