ଆଉ ୩ କରୋନା ପଜିଟିଭ ଚିହ୍ନଟ, ୨୦୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଜଗସିଂହପୁରର ଓ ଅନ୍ୟ ୨ଜଣ ବାଲେଶ୍ୱରର। ଜଗତସିଂହପୁରର ପଶ୍ଚିମବଙ୍ଗ ଫେରନ୍ତା, ବୟସ ୭୦ ବର୍ଷର ବୃଦ୍ଧ। ବାଲେଶ୍ୱରର ୨ଜଣ ସୁରତ ଫେରନ୍ତା। ସମସ୍ତେ କ୍ୱାରେଣ୍ଟାଇନ୍‌ ଥିଲେ। ଏହାକୁ ମିଶାଇ ଜଗତସିଂହପୁରରେ ସଂକ୍ରମିତଙ୍କ ସଂଖ୍ୟା ୫ ଓ ବାଲେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୨୭ରେ ପହଞ୍ଚିଲା।

ଦିନକରେ ରାଜ୍ୟରେ ନୂଆ ୨୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଫଳରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

ସକାଳେ ଗଞ୍ଜାମ ଜିଲ୍ଲାରେ କେବଳ ୧୭ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ୪ଜଣ ମୟୂରଭଞ୍ଜ ଜିଲ୍ଲାର । ତେବେ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ କରି କରୋନା ପଜିଟିଭ୍ କେସ୍ ବାହାରିଛି।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଗତକାଲି ମୋଟ ୩୦୬୦ଟି ସାମ୍ପଲ୍ ଟେଷ୍ଟ କରାଯାଇଛି।  ଆକ୍ରାନ୍ତଙ୍କ ମଧ୍ୟରୁ ୧୪୫ ଜଣ ଆକ୍ଟିଭ କେଶ ଥିବାବେଳେ ୬୨ଜଣ ସୁସ୍ଥ ହୋଇଛନ୍ତି। ତେବେ ୨ ଜଣଙ୍କର ମୃତ୍ୟୁ ଘଟିଛି।

You might also like