ଡଙ୍ଗା ବୁଡ଼ି ୩ ନିଖୋଜ

ଲମତାପୁଟ: ଜଲାପୁଟ ଜଳଭଣ୍ଡାରରେ ବୁଡ଼ି ୩ ଯୁବକ ନିଖୋଜ। କାଠ ଡଙ୍ଗାରେ ଜଳଭଣ୍ଡାର ବୁଲିଲା ବେଳେ ଓଲଟିଲା ଡଙ୍ଗା।

ଗତକାଲି ୫ ଯୁବକ ଏକ କାଠ ଡଙ୍ଗାରେ ଜଳଭଣ୍ଡାର ଭିତରକୁ ଯାଇଥିଲେ। ଡଙ୍ଗାଟି ବୁଡ଼ି ଯିବାରୁ ୩ ନିଖୋଜ ହୋଇଯାଇଥିଲେ କିନ୍ତୁ ଆଉ ୨ ଜଣ ପହଁରି ପଳାଇ ଆସିଥିଲେ। ପଳାଇ ଆସିଥିବା ୨ ଯୁବକ ଗତକାଲି ଠାରୁ ଦୁର୍ଘଟଣା କଥା କହିନଥିଲେ।

ଆଜି ସନ୍ଧ୍ୟାରେ ଘଟଣା ଜଣାପଡ଼ିବା ପରେ ପୋଲିସ୍ ଖୋଜାଖୋଜି ଉଦ୍ୟମ ଆରମ୍ଭ କରିଛି। ୫ ଜଣ ଯାକ ଯୁବକଙ୍କ ଘର ଜଳଭଣ୍ଡାର ନିକଟ ପାଢୁଆ ଗାଁରେ ବୋଲି ଜଣାପଡ଼ିଛି।

You might also like