• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆସ୍କା:  ଗୋଟିଏ ପରିବାରର ୩ ଜଣଙ୍କ ମୁଣ୍ଡ ନେଲା କରୋନା।  ଗୋଟିଏ ପରିବାର ବାପା, ମା ଓ ପୁଅର ମୃତ୍ୟୁ କରୋନା ଯୋଗୁଁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏନଏସିରେ।

ସୂଚନା ଅନୁସାରେ ଏହି ଅଞ୍ଚଳରେ ରହୁଥିବା ଏକ ପରିବାର ଲୋକଙ୍କ ଠାରୁ ଗତ ୯ ତାରିଖରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ସ୍ୱାମୀ ପାତ୍ର, ସ୍ତ୍ରୀ, ପୁଅ ଓ ବୋହୂଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ବ୍ରହ୍ମପୁର ଶୀତଳାପଲ୍ଲି କୋଭିଡ଼ ହସ୍ପିଟାଲକୁ ନିଆଯାଇଥିଲା।

ଚିକିତ୍ସିତ ଅବସ୍ଥାରେ ଗତ ୧୫ ତାରିଖ (ବୁଧବାର) ଦିନ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଥିଲା। ଠିକ ୬ ଦିନ ପରେ ଅର୍ଥାତ ୨୦ ତାରିଖରେ ସ୍ୱାମୀଙ୍କ ମୃତ୍ୟୁ ପରେ ସନ୍ଧ୍ୟାରେ ପୁଅ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। କେବଳ ବୋହୂ ସୁସ୍ଥ ହୋଇ ଫେରିଥିଲେ।  କିନ୍ତୁ ତାଙ୍କରି ଆଗରେ ସ୍ୱାମୀ , ଶାଶୂ , ଶଶ୍ୱୁରଙ୍କ ଜୀବନ ଚାଲିଗଲା।

ଗଞ୍ଜାମରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିସାରିଥିବା ବେଳେ କେବଳ ଗଞ୍ଜାମରେ ସର୍ବାଧିକ ୬ ହଜାରରୁ ଅଧିକ ଏହି ମହାମାରୀରେ ଆକ୍ରାନ୍ତ ହୋଇ ସାରିଲେଣି। ଏହାବ୍ୟତୀତ କରୋନାଜିତ ମୃତ୍ୟୁ ସଂଖ୍ୟା ମଧ୍ୟ ଗଞ୍ଜାମରେ ସର୍ବାଧିକ ରହିଛି।

ଗଞ୍ଜାମରେ ଦିନକୁ ଦିନ ବିଗୁଡ଼ୁଥିବା ସ୍ଥିତି ସମ୍ଭାଳିବା ପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ଏହି ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଥିବାରୁ ବେଳେ ତାହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ହେଲେ ସ୍ଥିତି ସୁଧୁରିବାରେ ନାଁ ଧରୁନାହିଁ। ଦିନକୁ ଦିନ ଜିଲ୍ଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି।

3-members-of-one-family-died-in-corona
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories