• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୟାଗଡ଼: ରାସ୍ତା ପାଇଁ ଘର ଭାଙ୍ଗିବାକୁ ମନା କରିବାରୁ ସଂଘବଦ୍ଧ ଆକ୍ରମଣ।  ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ବିନୋଦପଡା ଗାଁରୁ ଏଭିଳ ଅଭିଯୋଗ ଆସିଛି।

ଅଭିଯୋଗ ଅନୁସାରେ, ବିନୋଦପଡା ଗାଁର ରାଜକିଶୋର ମହାପାତ୍ର ଏବଂ ତାଙ୍କ ପରିବାର କିଛି ଦିନ ତଳେ ଘର ନିର୍ମାଣ କରିଥିଲେ।  ତେବେ ଏହାକୁ ବିରୋଧ କରି ଗ୍ରାମବାସୀ ତାଙ୍କ ଘର ଭାଙ୍ଗି ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମସଭାରେ ନିଷ୍ପତ୍ତି ନେଇଥିଲେ। ଏହା ଜାଣିବା ପରେ ରାଜକିଶୋରଙ୍କ ପରିବାର ଏହାକୁ ବିରୋଧ କରିବା ସହ ଥାନାର ଆଶ୍ରୟ ନେଇଥିଲେ। ପୋଲିସ ଉଭୟ ପକ୍ଷକୁ ଡାକି ବୁଝାସୁଝା କରିଥିଲା।

ତେବେ ପୋଲିସ ଯିବା ପରେ ଗ୍ରାମବାସୀ ସେମାନଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି  ଘଟଣାରେ ୩ଜଣ ଗୁରୁତର ହୋଇ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ଅନ୍ୟପକ୍ଷେ, ଏହି  ଘଟଣାର ତଦନ୍ତ ପାଇଁ ଆଡିସନାଲ୍ ଏସ୍‌ପି ରଣପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନାହିଁ।

https://youtu.be/AfpewlYQZS0

3-members-of-a-family-attacked-by-miscreants-over-past-enmity-in-nayagarh-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories