ସବୁଠି ଖା ଖାଁ, ଭକ୍ତଙ୍କୁ ଦେଖି ପାରିଲେନି ତିନି ଠାକୁର

ଭୁବନେଶ୍ୱର: ଶାବର ଶ୍ରୀକ୍ଷେତ୍ର କୋରାପୁଟ, ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା, ଦ୍ୱତୀୟ ଶ୍ରୀକ୍ଷେତ୍ର ବାରିପଦା ସବୁଠି ଭକ୍ତ ଶୂନ୍ୟ ପରିବେଶ। ଖାଁ ଖାଁ ଚତୁର୍ଦିଗ। ଆଷାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ଶ୍ରୀକ୍ଷେତ୍ର ଭଳି ଏସବୁ ସ୍ଥାନ ବି ହଜାର ହଜାର ଭକ୍ତଙ୍କ କୋଳାହଳରେ କମ୍ପିଉଠେ ହେଲେ ଏ ବର୍ଷ ସବୁକିଛି ଓଲଟପାଲଟ କରିଦେଇଛି କରୋନା।

କୋରାପୁଟର ୩ ରଥ ବଦଳରେ ଦେଉଳ ବେଢ଼ା ଭିତରେ ଗଡ଼ିଛି ଏ ପ୍ରତିକାତ୍ମକ ଛୋଟ ରଥ। ଗୁଣ୍ଡିଚା ମଣ୍ଡପ ଯିବାର ଅକକାଶ ନଥିବାରୁ ମନ୍ଦିର ବେଢ଼ା ପରିସରରେ ଅସ୍ଥାୟୀ ଗୁଣ୍ଡିଚା ଘରେ ପାଳନ ହୋଇଛି ଠାକୁରଙ୍କ ରୀତିନୀତି।

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବଡ଼ ଠାକୁର ବଳଦେବଜୀଉଙ୍କ ମନ୍ଦିର ସାମ୍ନାର ଦଣ୍ଡାୟମାନ ଅସମ୍ପୂର୍ଣ୍ଣ ରଥ। ୧୪୪ କଟକଣା ପାଇଁ ରଥଯାତ୍ରା ବନ୍ଦ୍। ସେହିଭଳି ଶହ ଶହ ବର୍ଷର ରଥଯାତ୍ରା ପରମ୍ପରା ଭଙ୍ଗ ହୋଇଛି। ବାରିପଦାରେ ଏଠାରେ ରଥଯାତ୍ରା ବନ୍ଦ ନିଷ୍ପତ୍ତି ପରେ ଅଧାଗଢ଼ା ଅବସ୍ଥାରେ ରହିଛନ୍ତି ତିନି ରଥ। ଆଉ ପରମ୍ପରା ବଞ୍ଚାଇବାକୁ ଆଜି ମନ୍ଦିର ଭିତରେ ପାଳିତ ହୋଇଛି ନୀତିକାନ୍ତି।

କରୋନା ପାଇଁ ଏ ବର୍ଷ ରଥଯାତ୍ରା ମାହୋଲରୁ ବଞ୍ଚିତ ହୋଇଛନ୍ତି। ସମଗ୍ର ରାଜ୍ୟବାସୀ ଗାଁରୁ ବଡ଼ ସହର ଯାଏଁ କେଉଁଠି ଦେଖିବାକୁ ମିଳିନି ରଥଯାତ୍ରାର ଉତ୍ସାହ। ରାଜଧାନୀରରେ ଇସ୍କନ ପକ୍ଷରୁ ମହାଆଡ଼ମ୍ବରରେ ଯାତ୍ରା ଆୟୋଜନ ହେଉଥିଲେ ବି ଏ ବର୍ଷ ପ୍ରଶାସନର ବାରଣ ପରେ ବନ୍ଦ୍ ରହିଛି ଉତ୍ସବ।

ସେହିଭଳି କେନ୍ଦୁଝରରେ ବିଶାଳ ରଥ ନିର୍ମାଣ ହୋଇଥିଲେ ବି ବିଜେ ହୋଇ ନାହାନ୍ତି ଠାକୁର। ଭଦ୍ରକରେ କିନ୍ତୁ ସୀମିତ ସେବାୟତଙ୍କ ମଧ୍ୟରେ ପରମ୍ପରାକୁ ଉଜ୍ଜିବିତ ରଖିଛନ୍ତି ଆୟୋଜକ ସେହିଭଳି ନୂଆପଡ଼ାର ବଡ଼ ରଥ ବଦଳରେ ହିନ୍ଦୁ-ମୁସଲମାନ ମିଶି ପ୍ରତିକାତ୍ମକ ଭାବେ ରାସ୍ତାରେ ଗଡ଼ାଇଛନ୍ତି ସୋଲ ତିଆରି ରଥ। ହେଲେ କେଉଁଠି ବି ରଥ ଉପରେ ନିଜ ପ୍ରାଣର ଦେବତାଙ୍କୁ ଦର୍ଶନ କରିନପାରି ନିରାଶ ହୋଇଛି ଭକ୍ତ।

ଆଜିର ଦିନରେ ଦେଶବିଦେଶରେ ବି ଧୁମଧାମରେ ପାଳିତ ହୁଏ ରଥଯାତ୍ରା ହେଲେ କରୋନା ପାଇଁ ସବୁଠି କଟକଣା ଥିବାରୁ ଗଡ଼ିପାରିନି କାଳିଆ ରଥ। ତେବେ ନ୍ୟୁଜିଲାଣ୍ଡ ଭଳି କରୋନାକୁ ଆୟତ୍ତ କରିଥିବା କିଛି ଦେଶରେ କାଁଭାଁ ରଥଯାତ୍ରାର ଝଲକ ଦେଖିବାକୁ ମିଳିଛି।

You might also like