ବଜ୍ରାଘାତରେ ଗଲା ୩ ଜୀବନ

ଖୋର୍ଦ୍ଧା  : ବଜ୍ରାଘାତରେ ଗଲା ୩ ଜୀବନ। ଖୋର୍ଦ୍ଧା ଅଞ୍ଚଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ସାରୁଅ ଗାଁର ପରମାନନ୍ଦ ମହାଭୋଇ ଓ କୁଞ୍ଜୁରୀ ଗାଁର ସଂଜୟ ନାୟକ।

ସେହିପରି କୁଞ୍ଜରି ଗାଁର ଦୀନେଶ ନାୟକ,ବବିତା ନାୟକ ଏବଂ ପୁବୁସାହିର ରମେଶ ସେଠୀ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବଜ୍ରପାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଜଣ ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଧାନ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ବିଜାତଳା ଗାଁର ହୀରା ମୁର୍ମୁ ସେହି ବିଲରେ ହିଁ ଟଳି ପଡିଥିଲେ।

You might also like