ପିକ୍‌ଅପ୍‌ ଭ୍ୟାନ୍ ଓଲଟି ୩ ଶ୍ରମିକ ମୃତ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ  ପିକ୍ ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।  ମୃତକଙ୍କ ଘର ରମ୍ଭା ଥାନା ଡିଆଁଡି ଗାଁରେ ବୋଲି ଜଣାପଡ଼ିଛି ।

ବ୍ରହ୍ମପୁର ନିକଟ ଭାବନ୍ଧସ୍ଥିତ କ୍ରସରରେ କାମ କରିବାକୁ ଏହି ଶ୍ରମିକମାନେ ଆଜି ଭୋରରୁ ଏକ ପିକ୍‌ଅପରେ ଯାଉଥିଲେ। ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ରମ୍ଭା ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

You might also like