• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ପଦ୍ମପୁର ନିକଟରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ
  • ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ଦଳିଦେଲା ହାତୀ
  • ଗାଇସିଲଟ ବ୍ଲକ ଉମରଟ ଗାଁରେ ହାତୀ ଆକ୍ରମଣ
  • ଗାଁରେ ଚାପା ଉତ୍ତେଜନା; ଗ୍ରାମବାସୀଙ୍କୁ ଫରେଷ୍ଟରଙ୍କ ବୁଝାସୁଝା

ପଦ୍ମପୁର : ପୁଣି ଜୀବନ ନେଲା ଦନ୍ତା । ବରଗଡ ଗାଇସିଲଟ ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ୩ ମୃତ । ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ଦଳିଦେଲା ହାତୀ । ମୃତକ ହେଲେ ଗାଇସିଲଟ ବ୍ଲକ ଉମରାଡ ଗାଁର ମାଲ ସେଥ, ବିରଞ୍ଚି କୁମ୍ଭାର ଏବଂ ବଲାଙ୍ଗିର ଜିଲ୍ଲା ସରଗଡା ଗାଁର ୭୦ ବର୍ଷ ବୟସର ନାଥ ପାଲି । ତେବେ ୩ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଗାଁରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ବନ ବିଭାଗର ଅବହଳା ପାଇଁ ଜୀବନ ଯାଉଛି ବୋଲି ଅଭିଯୋଗ କରିଛନ୍ତି ।  ଘଟଣାସ୍ଥଳରେ ପହଞ୍ଚି ଫରେଷ୍ଟର ଗ୍ରାମବାସୀଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରୁଛନ୍ତି । ହାତୀ ଆକ୍ରମଣରେ ତିନି ଜଣ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

 

 


ସେହିପରି ବଲାଙ୍ଗିରର ଲୋଇସିଂହା ଦର୍ଲିପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଛନ୍ତି । ଚାଷ ଜମିକୁ ଯାଇଥିବା ବେଳେ ଦଳିଦେଇଛି ଦନ୍ତା ହାତୀ, ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି  । ଭୋରରୁ ଘଟଣା ସଂର୍ପକରେ ଜଙ୍ଗଲ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କେହି ପହଞ୍ଚି ନାହାନ୍ତି, ଫଳରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଏବେ ବି ହାତୀ ପଲ ଭରସୁଜା ଅଂଚଳରେ ଥିବା ଅନୁମାନ କରାଯାଉଛି । ତେଣୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେପଟେ ତୁରନ୍ତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦାବି  କରିଛନ୍ତି ସ୍ଥାନୀୟ ସରପଂଚ ।

 

 

3-killed-in-elephant-attack-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories