୩ ବାଇକ୍ ଆରୋହୀଙ୍କୁ ଚାପି ଦେଲା ଟ୍ରକ୍
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବରେଇପାଲି ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ୨ଟି ବାଇକ୍ରେ ୪ଜଣ ଯାଉଥିବା ବେଳେ ସେମାନଙ୍କୁ ଟ୍ରକ୍ ଚାପି ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକଙ୍କ ଘର ହୀରାକୁଦ ଅଞ୍ଚଳରେ ବୋଲି ଜଣାପଡ଼ିଛି।
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବରେଇପାଲି ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ୨ଟି ବାଇକ୍ରେ ୪ଜଣ ଯାଉଥିବା ବେଳେ ସେମାନଙ୍କୁ ଟ୍ରକ୍ ଚାପି ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକଙ୍କ ଘର ହୀରାକୁଦ ଅଞ୍ଚଳରେ ବୋଲି ଜଣାପଡ଼ିଛି।