କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୩ ମୃତ, ଦୁଇ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ନାଇକାନାଳି ଠାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ କାର୍‌-ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।

ମୃତକମାନେ ହେଲେ ଭୁପେଶ ସାହୁ, ଧନୁର୍ଜୟ ନାୟକ ଓ କ୍ରିଷ୍ଣା କୁମାର ସାହୁ। ଆହତ ସାଗର କୁମାର ବାରିକ ଓ ବିକାଶ କୁମାର ମଙ୍ଗାକୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ରାଉରକେଲାରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ସମସ୍ତେ ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳକୁ ଏକ ବିବାହରେ ଯୋଗଦେବାକୁ ଯାଇଥିଲେ। ବାହାଘର ସରିବା ପରେ ରାତିରେ ସେମାନେ ରାଉରକେଲା ଫେରୁଥିବା ବେଳେ ଏହି ଦୁର୍ଘଟଣା  ଘଟିଥିଲା।

ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ସହ ଫେରାର ହୋଇଯାଇଥିଲେ।

You might also like