ପଲ୍ଲୀସଭାରେ ଗୋଷ୍ଠୀ ସଂଘର୍ଷ, ୩ ଆହତ

ଭଦ୍ରକ: ରଣକ୍ଷେତ୍ର ପାଲଟିଲା ପଲ୍ଲୀସଭା। ଭଦ୍ରକ ବ୍ଲକ୍ କୋଡ଼ଗମ୍ଭୀର ଗାଁରେ ଆଜି ସକାଳ ୯ଟା ବେଳେ ଘଟିଛି ସଂଘର୍ଷ। ଦୁଇ ଗୋଷ୍ଠୀ ପରସ୍ପରକୁ ଠେଲା ପେଲା କରିବା ସହ ଗୋଟିଏ ଗୋଷ୍ଠୀ ବାଉଁଶ ଓ ଠେଙ୍ଗାରେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

ସୂଚନା ଅନୁସାରେ ବର୍ତ୍ତମାନ ସମୟରେ କରୋନା କଟକଣା ଯୋଗୁଁ କୌଣସି ପଲ୍ଲୀସଭା ନକରିବାକୁ ଗାଇଡଲାଇନ୍ସ ରହିଛି। ହେଲେ ଏହାର ଉଲ୍ଲଂଘନ କରି କୋଡ଼ବରୁଆଁ ପଞ୍ଚାୟତର ଏହି ଗାଁରେ ପିଇଓ ତାପସ ଦାସ, ସରପଞ୍ଚ କାଳନ୍ଦୀ ଜେନା ଓ ତାଙ୍କ ସମର୍ଥକ ପଲ୍ଲୀ ସଭା ଆୟୋଜନ କରିଥିଲେ।

ଯେଉଁଥିରେ ବଳପୂର୍ବକ ଉନ୍ନୟନକାମ କାର୍ଯ୍ୟାଦେଶ ନେବା ସପକ୍ଷରେ ଉଦ୍ୟମ ଚାଲିଥିବା ଅଭିଯୋଗ ଆଣି ଏନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ସରପଞ୍ଚଙ୍କ ସମର୍ଥକ ସେମାନଙ୍କୁ ଅମାନୁଷିକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିଛି।

You might also like