ମୋବାଇଲ ବ୍ୟାଟେରି ଫାଟି ୩ ଆହତ

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଅନ୍ତର୍ଗତ ଅଡାକସା ଗାଁରେ ମୋବାଇଲ ବ୍ୟାଟେରି ଫାଟି ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ୩ଜଣ ମୋବାଇଲ ଫୋନ୍‌ ବ୍ୟାଟେରିରେ ଖେଳୁଥିବା ସମୟରେ ବ୍ୟାଟେରିଟି ହଠାତ୍‌ ଫାଟି ଯାଇଥିଲା।

ସେମାନଙ୍କ ମଧ୍ୟରୁ ଜଣଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ତେବେ ଅନ୍ୟ ୨ଜଣଙ୍କ ଅବସ୍ଥା ଭଲଥିବା ପରିବାର ଲୋକେ କହିଛନ୍ତି।

You might also like