ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ

ଗୁଣପୁର : ଗୁଣପୁରରେ ଟ୍ରିପଲ ମର୍ଡର। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଗୁଣପୁର ଉକମ୍ବାଗୁଡ଼ା ଗାଁରେ ଏହି ଘଟଣା ଘଟିଛି।

ଗୋପାଳ ସବର, ଲକ୍ଷ୍ମୀ ସବର ଓ ଜାଙ୍କିନି ସବର ଗତ ୨୩ ତାରିଖରୁ ନିଖୋଜ ଅଛନ୍ତି। ତେବେ ତିନି ଜଣଙ୍କୁ ଗୁଣି ସନ୍ଦେହରେ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିବା ଗୋପାଳ ସବରଙ୍କ ଝିଅ ସବିତା ସବର ଅଭିଯୋଗ କରିଛନ୍ତି।

ଏନେଇ ଗୁଣପୁର ଥାନାରେ ଅଭିଯୋଗ ପରେ ପୁଲିସ୍‌ର ଖୋଳତାଡ଼ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ପୁଲିସ୍‌, ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍‌ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି।

You might also like