• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସମ୍ୱଲପୁର: ମଣ୍ଡି ଓ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନେଇ ବିଜେପି ଚକା ଜାମ। ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ୩ ଘଣ୍ଟିଆ ଚକାଜାମ୍ ବିଜେପି କରିଥିଲା।  ପଶ୍ଚିମ ଓଡ଼ିିଶାର ୫ଟି ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମିଶାଇ ୩୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରାସ୍ତାରୋକ କରିଥିଲା।

ବିଭିନ୍ନ ସ୍ଥାନରେ ବିଜେପିର ଚକା ଜାମ୍ ଯୋଗୁଁ ଯାତାୟତ ଠପ୍ ହୋଇପଡିଥିଲା। ମାସ ମାସ ଧରି ମଣ୍ଡିରେ ଧାନ ପଡ଼ି ରହିବା ସତ୍ତ୍ୱେ ଧାନ ଉଠୁ ନାହିଁ। ଟୋକନ୍ ଟେନସନ ଲାଗି ରହିଛି। ଶୀତ ଯାଇ, ମଝିରେ ଅଦିନିଆ ବର୍ଷା ପରେ ଏବେ ଖରା ବଢ଼ିଲାଣି ତଥାପି ଧାନ ଉଠି ପାରୁନାହିଁ। ଏହାକୁ ପ୍ରସଙ୍ଗ କରି ବିଜେପି ଚକା ଜାମ କରିଛି। ଆଗାମୀ ଦିନରେ ଚାଷୀଙ୍କ ସମସ୍ୟାର ସମାାନ ନହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିଜେପି ଚେତାବନୀ ଦେଇଛି।

ଆମେ ଦାବି କରୁଛୁ ଯେ ମଣ୍ଡିରେ ପଡ଼ିଥିବା ଧାନକୁ ଅତି ଶୀଘ୍ର ଉଠାନ୍ତୁ। ଯେତିକି ଟୋକନ୍‌ କଟାଯାଇଛି, ତାର ତାଲିକା କରି ଆମେ ସରକାରଙ୍କୁ ଦେବୁ ବୋଲି ଆର୍‌ଡିସି କଥା ଦେଇଥିଲେ। ସରକାର ତା ଉପରେ ପଦକ୍ଷେପ ନେବେ ବୋଲି ସେ କହିଥିଲେ କିନ୍ତୁ ବିଡ଼ମ୍ୱନାର ବିଷୟ ସରକାରଙ୍କୁ ଏପର୍ଯ୍ୟନ୍ତ ତାଲିକା ବି ଦିଆଯାଇନାହିଁ। 
-ନାଉରୀ ନାୟକ, ବିଜେପି ବିଧାୟକ
ଯଦି ଏଜେଣ୍ଟ ଧାନ କିଣୁନାହିଁ କିମ୍ବା ଯଦି କମ୍ ରେଟ୍‌ରେ ଧାନ କିଣୁଛି, ତାହା ହେଲେ ଏଜେଣ୍ଟକୁ ବାହାର କରିବା ପାଇଁ କେତେ ସମୟ ଲାଗିବ। ବିଜେପି ବନ୍ଧୁମାନଙ୍କୁ ମୋର ଅନୁରୋଧ, ସେମାନେ ତାଙ୍କର କ୍ଷମତା ପ୍ରୟୋଗ କରନ୍ତୁ। ତାଙ୍କର ଯିଏ ଏଜେଣ୍ଟ ଅଛନ୍ତି ତାଙ୍କୁ କ୍ୟାନ୍ସଲ କରନ୍ତୁ। ନିଜେ ଧାନ କିଣନ୍ତୁ ଓ ଏଫ୍‌ସିଆଇ ଧାନ କିଣୁ। 
-ନରସିଂହ ମିଶ୍ର, କଂଗ୍ରେସ ନେତା

https://www.youtube.com/watch?v=oqkKKbcXBcI

3-hours-strike-by-bjp
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories