ମାଓବାଦୀ ନାଁରେ ଟଙ୍କା ମାଗୁଥିଲେ, ଧରାପଡ଼ିଲେ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ପୁଲିସ ଆଜି ଆଉ ତିନିଜଣ  ନକଲି ମାଓବାଦୀକୁ  ଗିରଫ କରିଛି।  ମାଓବାଦୀ ନାମରେ ଏମାନେ  ନାରାୟଣପାଟଣାର ଦୀପକ ବୁଧୱାର ନାମକ ଜଣେ  ସୁପର କ୍ଲାସ କଣ୍ଟ୍ରାକ୍ଟରଙ୍କ ଠାରୁ  ୨୫ ଲକ୍ଷ ଟଙ୍କା ଦାବି କରି ଆସୁଥିଲେ।

ଏ ନେଇ କଣ୍ଟ୍ରାକ୍ଟରଜଣକ ପୁଲିସର ଦ୍ୱାରସ୍ଥ ହୋଇଥିଲେ।  ପୁଲିସ ଘଟଣାର ତଦନ୍ତ କରି ଏମାନଙ୍କୁ ଗିରଫ କରିଛି। ଗିରଫ ସମସ୍ତ ଅଭିଯୁକ୍ତ ନାରାୟଣପାଟଣା ବ୍ଲକର ବୋଲି ଜଣାପଡ଼ିଛି। ତେବେ ଦୁଇଜଣ ସେମିଳିଗୁଡ଼ାରେ ରହୁଥିଲେ।  ଏମାନେ ହେଲେ ବାସୁଦେବ ପାଙ୍ଗି, ଜୁନେଶ ଗଥଲା ଓ ସୁରା ତାଡ଼ିଙ୍ଗି ।

ଏମାନଙ୍କଠାରୁ ୭ଟି ମୋବାଇଲ ଫୋନ ଜବତ କରାଯାଇଛି । ତେବେ ଏହି ମାମଲାରେ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି।

ସୂଚନାଥାଉ କି, ଗତକାଲି ଜିଲ୍ଲା ପୁଲିସ ତିନି ନକଲି ମାଓବାଦୀଙ୍କୁ ଗିରଫ କରିଥିଲା।

You might also like