ଅଫିସ ଗାଡ଼ିରେ ଏତେ ଟଙ୍କା ନେଇ ଯାଉଥିଲେ, ଧରିଲା ଭିଜିଲାନ୍ସ
ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନବରଙ୍ଗପୁର ସମନ୍ୱିତ ଆଦିିବାସୀ ଉନ୍ନୟନ ସଂସ୍ଥା ବା ITDAର ୩ ଯନ୍ତ୍ରୀ । ଏହି ୩ ଯନ୍ତ୍ରୀ ହେଲେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା।
ଭିଜିଲାନ୍ସ ଟିମ୍ ଏମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କଠାରୁ ୩ ଲକ୍ଷ ୧୧ ହଜାର ଟଙ୍କା ଜବତ କରାଯାଇଛି। ନିଜ ଅଫିସ ଗାଡିରେ ଏକ ବ୍ୟାଗରେ ଟଙ୍କା ନେଇ ନବରଙ୍ଗପୁରଠାରୁ ପାପଡାହାଣ୍ଡି ଅଭିମୁଖେ ଯାଉଥିଲେ । କୌଣସି ସୂତ୍ରରୁ ଖବରପାଇ ପାପଡାହାଣ୍ଡିସ୍ଥିତ ମୃଗ ବିହାର ନିକଟରେ ନବରଙ୍ଗପୁର ଭିଜିଲାନ୍ସ ଗାଡିକୁ ଅଟକାଇ ଟଙ୍କା ଥିବା ଜାଣିବାକୁ ପାଇଥିଲା ।
ତେବେ ଟଙ୍କା କାହାର, ଏତେ ଟଙ୍କା ନେଇ କାହିଁକି ଯାଉଥିଲେ ସେନେଇ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ।