• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ୩ ଜିଲ୍ଲାକୁ କରାଗଲା ସମ୍ପୂର୍ଣ୍ଣ ସଟ୍‌ଡାଉନ୍। ଭଦ୍ରକ, ବାଲେଶ୍ୱର, ଯାଜପୁରରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବାରୁ ଏହି ୩ଜିଲ୍ଲାକୁ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

କିଛି ଦିନ ଧରି ଏହି ୩ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ବିଶେଷକରି ୬୧ରୁ ୮୯ ନମ୍ବର କେସ୍ ମଧ୍ୟରୁ ୨୮ଟି କେସ୍ କେବଳ ଏହି ଜିଲ୍ଲାର।  ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ୬୦ ଘଣ୍ଟିଆ ସଟଡାଉନ୍‌ ହେବ।
ଆଜି ରାତି ୧୦ରୁ ୨୬ ତାରିଖ ସକାଳ ୧୦ ଯାଏଁ ଏହି ୩ ଜିଲ୍ଲାରେ ସଟଡାଉନ୍ ରହିବ।

ପୂର୍ବରୁ ଭୁବନେଶ୍ୱର ଯେମିତି ହୋଇଥିଲା ସେମିତି ସଟ୍ ଡାଉନ୍ ହେବ। ସଟ୍ ଡାଉନ୍ ଏକ ପ୍ରକାର କର୍ଫ୍ୟୁ ଭଳି ଲାଗୁ ହେବ। ନିର୍ଦ୍ଦିଷ୍ଟ କିଛି ଔଷଧ ଦୋକାନ ଛଡ଼ା ସବୁ ବନ୍ଦ ରହିବ। ଏହି ୩ ଜିଲ୍ଲାରେ ଅଦ୍ୟାବଧି ମୋଟ ୩୩ଟି କେସ୍ ଚିହ୍ନଟ ହୋଇଛି। ପୂର୍ବରୁ କଟକ, ଭୁବନେଶ୍ୱର ଏବଂ ଭଦ୍ରକ ସହରରେ ହୋଇଥିଲା ସଟଡାଉନ୍‌। କଟକ, ଭୁବନେଶ୍ୱର ଓ ଭଦ୍ରକ ସହରରେ ହୋଇଥିଲା ୪୮ ଘଣ୍ଟିଆ ସଟଡାଉନ୍‌ ହୋଇଥିଲା।

3-districts-shutdown-for-60-hrs
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories