ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ମୟୁରଭଞ୍ଜ: ଆଜି ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ହୋଇତିବା ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୩ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ନିକଟରେ। ଗୋଟିଏ ସ୍କୁଟରରେ ୩ ଜଣ ଯାଉଥିବା ବେଳେ ମୟୂରଭଞ୍ଜ ୪୯ ନମ୍ବର ଜାତୀୟ ରାଜପଥ ପୁଲଗୋନ୍ଥା ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ରାସ୍ତାରେ ଯାଉଥିବା ଏକ ସ୍କୁଟର୍‌କୁ ଟ୍ରକ୍‌ ଧକ୍କା ଦେବା ଫଳରେ ଟ୍ରକ୍ ଚକ ତଳେ ଚାପି ହୋଇ ରହିଥିଲେ ୩ ଜଣ।

କିଛି ଘଣ୍ଟା ଧରି ଟ୍ରକ୍ ତଳେ ତିନି ଜଣ ଚାପି ହୋଇ ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ବେଶ ଚେଷ୍ଟା କରିଥିଲେ ଅଗ୍ନିଶମ ବାହିନୀ। ଜଣକ ଅଣ୍ଟା ଉପରେ ଟ୍ରକ୍ ମାଡ଼ି ଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଛାତି ଉପରେ ଟ୍ରକ୍ ରହିଥିଲା। ଜଣକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ମୃତ୍ୟୁ ହୋଇଛି।

ସେହିପରି ଟ୍ରକ୍ ଚକା ତଳେ ଗଲା ମାଆପୁଅଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର-ଦେବଗଡ଼ ରାସ୍ତା ପଡ଼ିଆବାହାଲ ନିକଟରେ  ସୂଚନା ଅନୁଯାୟୀ, ଉଭୟ ମାଆ ପୁଅ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଉଭୟଙ୍କ ଉପରେ ଏକ ଟ୍ରକ୍ ଚଢିଯାଇଥିଲା।

ଫଳରେ ଘଟଣାସ୍ଥଳରେ ୩ ବର୍ଷର ପୁଅ ସହ ମାଆର ମୃତ୍ୟୁ ହୋଇଛି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି। ଦୁର୍ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କଣ୍ଟାଖାଳିରେ ଦୁର୍ଘଟଣା ବିଦ୍ୟାଧରପୁର ବାଙ୍କ ନିକଟରେ ସଡ଼କ ଦୁର୍ଘଟଣାରେ ପିକ ଅପ ଭ୍ୟାନ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।

ନୂଆଗଡରୁ କୂରେଇଶୁଣି ମାଙ୍କ ଦର୍ଶନ ସାରି ଫେରିବା ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଚୌଧୁରୀ ଟିକରପଡା ଗ୍ରାମର ତ୍ରିଲୋଚନ ସାହୁଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବ ସୂଚନା ମିଳିଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି। ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି।

You might also like