ବଜ୍ରାଘାତରେ ଗଲା ୩ ମହିଳା ଚାଷୀଙ୍କ ଜୀବନ

ବଲାଙ୍ଗିର: ବଲାଙ୍ଗିରରେ ବଜ୍ରାଘାତ ଘଟି ୩ ଜଣଙ୍କ ମୃତ୍ୟୁ। ମୃତକ ତିନିଜଣ ମହିଳା ଅଟନ୍ତି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ  ୨ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଚାଷ କାମ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଯାଇଛି। ତେବେ ସୌଭାଗ୍ୟବଶତଃ ଅନ୍ୟ ୧୦ ଜଣ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ବଲାଙ୍ଗିର ସଦର ବ୍ଲକ ବଡ଼ତେଲେନପାଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି।

ବଲାଗିଂର ସଦର ବ୍ଲକ ବଡତେଲେନପାଲି ଗାଁର ଚବିନ ଧରୁଆଙ୍କ ଚାଷ ଜମିରେ ଧାନଗଛ ପହ୍ଲାରୁଆ କାମ ଚାଲିଥିଲା। ପ୍ରାୟ ୧୮ ଜଣ ମହିଳା ଓ ପୁରୁଷ କାମରେ ନିୟୋଜିତ ଥିଲେ। ହଠାତ ବଜ୍ରାଘାତ ହେବାରୁ ଜଣେ ମହିଳା ଚାଷ ଜମିରେ ଟଳି ପଡିଥିଲେ। ଅନ୍ୟ ଦୁଇ ଜଣଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା।

କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତିନିଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଲେ କିଛି ମହିଳା ଆହତ ହୋଇଛନ୍ତି। ଏଭଳି ଏକ ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଛି ବଡତେଲେନପାଲି ଗାଁ।

You might also like