ବିଦ୍ୟୁତ ଆଘାତରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଡୁମୁଡୁମା ଅଞ୍ଚଳରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୫ ବର୍ଷର ପୁଅ, ତାଙ୍କ ମାଆ ଏବଂ ଖୁଡ଼ି ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଖୁଣ୍ଟରୁ ବିଦ୍ୟୁତ ତାର ଘରର ଲୁହା ରେଲିଂରେ ଗୁଡ଼ା ହୋଇ ଭିତରକୁ ଆସିଥିଲା। ତେବେ ରେଲିଂ ପାଖରେ ତାର ଲିକ୍ ହୋଇ ରେଲିଂ ଚାର୍ଜ ହୋଇଯାଇଥିଲା। ଅଜାଣତରେ ପୁଅ ରେଲିଂ ଧରି ଚିତ୍କାର କରିବାରୁ ମା’ ଓ ଖୁଡ଼ି ଭିଡି ଧରିଥିଲେ। ତେବେ ୩ ଜଣଙ୍କ ଦେହରେ କରେଣ୍ଟ ଚାର୍ଜ ହୋଇଯାଇଥିଲା।

ଗୁରୁତର ଅବସ୍ଥାରେ ୩ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ପ୍ରଥମେ ମା ଓ ଖୁଡିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଅକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ବି ତାହା ବିଫଳ ହୋଇଥିଲା।

You might also like