ସର୍ଟ ସର୍କିଟ୍‌ରୁ ଘରେ ନିଆଁ ଲାଗି ୩ ମୃତ

ବ୍ରହ୍ମପୁର: ସର୍ଟ ସର୍କିଟ୍‌ରୁ ଘରେ ନିଆଁ ଲାଗି ବ୍ରହ୍ମପୁର କୋ-ଅପରେଟିଭ୍ ସୋସାଇଟି ବ୍ୟାଙ୍କ ସଭାପତିଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ବ୍ରହ୍ମପୁର କୋ-ଅପରେଟିଭ୍ ସୋସାଇଟି ବ୍ୟାଙ୍କର ସଭାପତି ଅଲେଖ ଚୌଧୁରୀ, ତାଙ୍କର ଜଣେ ସମ୍ପର୍କୀୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଅଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଥିବା ଅଲେଖଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଥିଲା। କୌଣସି କାରଣରୁ ସର୍ଟ ସର୍କିଟ୍‌ରୁ ଘରେ ନିଆଁ ଲାଗି ଯିବା ଫଳରେ ଅଲେଖ, ତାଙ୍କର ଜଣେ ସମ୍ପର୍କୀୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ MKCG ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏମାନେ ୩ଜଣ ଗୋଟିଏ ଘରେ ଶୋଇଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ନିଆଁ ଲାଗି ଯିବା ଫଳରେ ସମସ୍ତେ ଶ୍ୱାସରୁଦ୍ଧ ହୋଇଯାଇଥିଲେ ବୋଲି ଜଣାପଡ଼ିଛି।

You might also like