ଲୁଗା ଶୁଖାଉଥିବା ବେଳେ ମାରିଲା କରେଣ୍ଟ୍‌; ଚାଲିଗଲା ଶାଶୂ, ୨ ବୋହୂଙ୍କ ଜୀବନ

ସାଲେପୁର: ଏମିତି ବି ଆସେ ମୃତ୍ୟୁ ! ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ଚାଲିଗଲା ତିନି ଜଣଙ୍କ ଜୀବନ। ଏପରି କିଛି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବେତେଇ ଗାଁରେ। ମୃତକ ହେଲେ ସୀତା ମଲ୍ଲିକ(ଶାଶୂ) ଓ ତାଙ୍କ ବଡ଼ ବୋହୂ ନନ୍ଦିତା ଏବଂ ସାନ ବୋହୂ ପୁଷ୍ପଲତା। ଆଜି ଏହି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁସାରେ, ନନ୍ଦିତା ଘର ସାମ୍ନା ଅଗଣାରେ ଏକ ବିଦ୍ୟୁତ୍ ତାରରେ ଲୁଗା ଶୁଖାଉ ଥିବାବେଳେ ହଠାତ୍‌ ତାଙ୍କୁ କରେଣ୍ଟ ମାରିଥିଲା। ଫଳରେ ସେ ଜୋରରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ସୀତା ଓ ପୁଷ୍ପଲତା ଯାଇ ପହଞ୍ଚିଥିଲେ। ତତ୍‌କ୍ଷଣାତ ଉଭୟ ନନ୍ଦିତାଙ୍କୁ ଉଦ୍ଧାର କରିବାବେଳେ ସେମାନେ ବି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା।

ଘଟଣାପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

You might also like