ପଥର ତଳେ ଚାପି ହୋଇ ଚାଲିଗଲା ୩ ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଅଘଟଣ। ପୁରୁଷୋତ୍ତମପୁରସ୍ଥିତ ଭାତକୁମରଡ଼ା ପଥର ଖଣିରେ ଏହି ଅଘଟଣ ଘଟିଛି। ପଥର କାଟିବା ବେଳେ ଅତଡ଼ା ଧସିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତିନି ଶ୍ରମିକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି।

ମୃତକମାନେ ହେଲେ ଟାଙ୍ଗନାପାଲ୍ଲି ଗାଁର ପଙ୍କଜ ଦାସ ଓ ମିନତୀ ନାୟକ ଏବଂ ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗାଁର ଭକତ ପରିଡ଼ା। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। ମୃତଦେହ ଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

You might also like