କୂଅ ଭିତରୁ ମିଳିଲା ୩ ମୃତଦେହ
କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ୮ନଂ ଓ୍ୱାର୍ଡର ଏକ କୂଅ ଭିତରୁ ଜଣେ ମହିଳା ଓ ତାଙ୍କ୨ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ କୂଅ ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତ ୨ ଶିଶୁଙ୍କ ମଧ୍ୟରେ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ ଅଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨ବର୍ଷ ଓ ୩ ବର୍ଷ।
ଏମାନେ ସମସ୍ତେ କେମିତି କୂଅରେ ପଡ଼ିଲେ ତାହାର କାରଣ ଜଣାପଡ଼ିନାହିଁ। ଏହି ଘଟଣାରେ ପୋଲିସ୍ ମୃତ ମହିଳାଙ୍କ ସ୍ୱୀମୀଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।