ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩ ମୃତ

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପାରାଦୀପ ତାରିଣୀଗଡ଼ା ନିକଟରେ ବାଇକ ସହ ଟ୍ରକ ପିଟି ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି।

ମୃତକ ଜଣକ ହେଲେ ଚକ୍ରଧରପୁର ଗାଁର ପ୍ରମୋଦ ଦାସ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଠରବାଙ୍କି ଠାରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ।

ସେହିପରି ଅନୁଗୁଳ ଥାନା ଚଣ୍ଡୀବଜାର ନିକଟରେ ବାଇକ୍‌- ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମୃତ, ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଶାକସିଂଘା ଗାଁର ସଞ୍ଜୀବ ବିଶ୍ୱାଳ। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସେପଟେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ସିଦ୍ଧମଢ଼ଙ୍ଗ ଗାଁରେ ଟ୍ରକ୍‌ ଧକ୍କାରେ ଏକ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକର ପରିଚୟ ମିଳିନଥିବା ବେଳେ ତାଙ୍କ ଗାଁ ଅମ୍ବାଝିରି ଗାଁର ବୋଲି ଜଣା ପଡ଼ିଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

 

You might also like